ସଖୀ (Sakhi) - Poem by Subhas Chandra Chakra

କେଉଁ ଦୁନିଆକୁ କୁ
ଚାଲି ଗଲ ସଖୀ
ଅଚାନକ ମୋର
ଜୀବନ ର ପରିଧିରୁ,
କାହାା ଅଭିଳାଷ
କଳ୍ପନା ବିଳାସ,
ଆକର୍ଷଣ, ନେଲା
ଦୂରେ, ତୁମକୁ ମୋ' ଠାାରୁ?

ଯାହା ପାଇଁ ଥିଲା
ତୁମ ଅନ୍ତର ରେ
ଏତେ ପ୍ରେମ ଏତେ
ସ୍ନେହ, ଅନୁରାଗ ଧାରା-
କିଏ ସେ ଅଶୁଭ
ନଜର ରେ ଜାଳି
ପାଉଁଶ କରିଲା
ମୋ ସ୍ୱପ୍ନ -ଦୁନିଆଁ, ସାରା ।।

Poems by Subhas Chandra Chakra

next poem »ସଖୀ_2 (Sakhi_2)
« prev poemThe Queen Series: 1.The Queen

Add Comment