ତୁମକୁ ଭେଟିବା ପରେ -3 (Tumaku Bhetiba Pare -3/ Odia Poem) - Poem by Subhas Chandra Chakra

ତୁମ ସହ ପଦଟିଏ କଥା,

ଭୂଲାଇଦେଲା ମୋ ଗଲା

ଯୁଗ ଯୁଗ ଜଳିଥିବା,

ଛଟପଟ ହୋଇଥିବା,

ମାଟି ପାଣି ପବନରେ

ଖୋଜି ହୋଇଥିବା

ଅୟୁତ ମୂହୁର୍ତ୍ତ ଆଉ

ବିରହ ର ବ୍ୟଥା ।।


ଆଜି ଏଇ

କଥା ପଦେ ତୁମ,

ମୋ ଭିତରେ ଆଣିଦେଲା

ତୄଷ୍ଣା ର ଜୁଆର ।।


ଚେଇଁଦେଲ,

ତୁମେ ମୋ ଭିତରେ

ଦୁନିର୍ବାର ମୋହ ବଞ୍ଚିବାର

ଏବେ ଆଉ ଏ ଦୁନିଆ

ଛାଡ଼ି ପାରିବିନି ।।


ତୁମେ ଯେଉଁ

ମାଟିରେ ଚାଲୁଛ,

ତୁମେ ଯେଉଁ

ପାଣିକୁ ଛୁଉଁଛ,

ସେ ଦୁନିଆ ସୀମା ଆରପାରେ

ରହି ପାରିବିନି ।।


ତୁମ ଶ୍ବାସ

ଛୁଉଁନାହିଁ ଯେଉଁ ପବନକୁ

ତାକୁ ନେଇ

ମୂହୁର୍ତ୍ତେ ବି ବଞ୍ଚିପାରିବିନି ।।।

Add Comment