ତୁମକୁ ଭେଟିବା ପରେ -4 (Tumaku Bhetiba Pare - 4 / Odia Poem) - Poem by Subhas Chandra Chakra

ଜାଣେ ନାଇଁ

କେଉଁଠୁ ଆସିଲା ଏଇ

ଅଦିନିଆ ମେଘ -

ବର୍ଷିବା ଆଗରୁ

ମୋର ଦେହ ମନ

ଅନ୍ତରକୁ ଓଦା କରିଦେଲା,

ଭିଜିରଲା

ଅତୃପ୍ତି ଓ ବେଦନାର

ଅସରା ନିଦାଘ ।।



ତମ ଚାଲିଗଲା ଦିନୁଁ

ଏ ସାରା ଆକ।ଶ

ଭରିଥିଲା ମଉନ ଓ

ନିଃସଙ୍ଗ ତାରା ରେ ।

ଏବେ ତୁମ ସ୍ବର ର ଝଙ୍କାର

ଏ ଅନ୍ତର ଯମୁନା ରେ

ଆଣିବ ଜୁଆର ।।

ଭରି ନୀଳ ଅନ୍ତରଙ୍ଗ ସ୍ବର

ତୁମ ଓଠ ମୋହନ ବଂଶୀ ରେ,

ଭରିଦେବ

ମୋ ଜୀବନେ ସାତ ରଙ୍ଗ ସ୍ବର ।।

Add Comment