ତୁମକୁ ଭେଟିବା ପରେ - 31 (Tumaku Bhetiba Pare -31 / Odia Poem) - Poem by Subhas Chandra Chakra

ଆଜି ତମେ

ଏତେ ପାଶେ ଥାଇ

ଲାଗୁଥିଲା ସତେ ଅବା

ଦେହ ମୋର ଅଛି ଏଠି

ତୁମକୁ ଛୁଉଁଛି!



ମନ କେଉଁ ଅଜଣା ଥାନରେ

ତୁମକୁ ଖୋଜୁଛି -

ପ୍ରାଣ ଥିବା ଦେହ ଇଲାକା ରେ

ନିଷ୍ପ୍ରାଣ, ଦୂର ରେ ଥିବା

ପାହାଡ଼ କୋଳରେ! !

Add Comment