ତୁମକୁ ଭେଟିବା ପରେ - 33 (Tumaku Bhetiba Pare -33 / Odia Poem) - Poem by Subhas Chandra Chakra

ଭାରି ଭଲ ଲାଗିଥାନ୍ତା ଯଦି

ସବୁ ଦିନ

ସବୁ ରାତି

ସବୁ ମୂହୁର୍ତ୍ତ ରେ

କେବଳ ତୁମରି ମୁହଁ

ଆଖିରେ ପଡ଼ନ୍ତା -

ଆଉ କାହା ତାହାଣୀ କୁ

ଛୁଇଁବା ଆଗରୁ!




ହେଲେ,

ଦୁନିଆରେ ଏଡ଼େ ଭାଗ୍ୟ

ସଭିଙ୍କ କପାଳେ କ'ଣ

ଲେଖା ହୋଇ ଥାଏ ଯେ-

ମୁଁ ଭେଟନ୍ତି

ତୁମକୁ ମୋ

ଚାହିଁବା ଲଗ୍ନ ରେ! !

Add Comment